୭ରୁ ୧୨ ତାରିଖ ମଧ୍ୟରେ ଗରମ ଦ୍ରୁତ ଗତିରେ ବୃଦ୍ଧି ପାଇବ

୭ରୁ ୧୨ ତାରିଖ ମଧ୍ୟରେ ଗରମ ଦ୍ରୁତ ଗତିରେ ବୃଦ୍ଧି ପାଇବ । ସେହିପରି ସର୍ବାଧିକ ତାପମାତ୍ରା ଉପକୂଳ ଜିଲ୍ଲାରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ୨ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବଢ଼ିବ । ୭ରୁ ୧୨ ମଧ୍ୟରେ ପ୍ରାୟ ୩ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ବଢ଼ିପାରେ । ଅନୁଗୁଳ ସମେତ କେନ୍ଦ୍ରୀୟ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ୭ରୁ ୧୨ ଭିତରେ ପ୍ରାୟ ୪ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ବଢିବା ବେଳେ ଆଭ୍ୟନ୍ତରୀଣ ଉତ୍ତରରେ ୩ ଡିଗ୍ରୀ ସେଲସିୟସରୁ ଅଧିକ ବଢିବାର ସମ୍ଭାବନା ରହିଛି|

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ଆସନ୍ତା ୨-୪ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତର ପ୍ରଭାବ ଓଡ଼ିଶାରେ ବିଶେଷ ପଡ଼ିବ ନାହିଁ । ଏହାର ପ୍ରଭାବ ତାମିଲନାଡୁରେ ପଡ଼ିବ । କୁହୁଡ଼ି ପଡ଼ିବ ବୋଲି ସେ ଆକଳନ କରିଛନ୍ତି ।