୭୦୦ଖଣ୍ଡ ସାବୁନ ଦ୍ୱାରା ଘୁଞ୍ଚା ଗଲା ୩ ମହଲା ଘର

ନୂଆ ଘର ତୋଳିବାକୁ ହେଲେ ପ୍ରଥମେ ପୁରୁଣା ଘରକୁ ଭାଙ୍ଗିବାକୁ ପଡିଥାଏ। ପରେ ସେଠାରେ ନୂଆଘରର କାମ ଆରମ୍ଭ ହୋଇଥାଏ । କିନ୍ତୁ ଏକ ପୁରୁଣା ଘରକୁ ନ ଭାଙ୍ଗି ୭୦୦ଖଣ୍ଡ ସାବୁନ ଦ୍ୱାରା ଏହାକୁ ଘୁଞ୍ଚା ଯାଇଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।ନୈାବା ସ୍କୋଟିଆର ଏକ ରିଅଲ ଇଷ୍ଟେଷ୍ଟ କମ୍ପାନୀ ୧୯୭ବର୍ଷ ପୁରୁଣା ଏକ ବିଲ୍ଡିଂକୁ ଭାଙ୍ଗିବା ବଦଳରେ ପୁରା ବିଲ୍ଡିଂକୁ ଘୁଞ୍ଚାଇଦେଇଛି। ୭୦୦ଖଣ୍ଡ ସାବୁନ ବ୍ୟବହାର କରି ଶ୍ରମିକମାନେ ୨୨୦ଟନର ୩ମହଲା ବିଲ୍ଡିଂକୁ ଘୁଞ୍ଚାଇ ଦେଇଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।କାନାଡାର ସ୍କୋଟିଆ ସହରରେ ଏହି ବିଲ୍ଡିଂ ୧୮୨୬ରେ ତିଆରି କରାଯାଇଥିଲା। ଯାହାକୁ ପର ବୂହୁର୍ତ୍ତରେ ଏଲମ୍ବୁଡ ହୋଟେଲ ଭାବେ ପରିବର୍ତ୍ତନ କରାଯାଇଥିଲା। ୨୦୧୮ରେ ଏହି ବିଲ୍ଡିଂକୁ ଭାଙ୍ଗିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ତେବେ ଏହାକୁ ଭଙ୍ଗା ହେବ କି ନାହିଁ ଏହି ଦ୍ୱନ୍ଦ ଭିତରେ ରିଅଲ ଇଷ୍ଟେଷ୍ଟ କମ୍ପାନୀ ଗ୍ୟାଲେକ୍ସି ପ୍ରପୋଟିଜ ଏହି ବିଲ୍ଡିର ମାଲିକାନାକୁ କିଣି ନେଇଥିଲା।

ଏବଂ ପର ମୂହୁର୍ତ୍ତରେ ଏହାକୁ ନ ଭାଙ୍ଗି ୭୦୦ଖଣ୍ଡ ସାବୁନ ଦ୍ୱାରା ୩୦ଫୁଟ୍‌ ପର୍ଯ୍ୟନ୍ତ ଘୁଞ୍ଚାଇ ନେଇଥିଲା।ଏହାକୁ ନେଇ କମ୍ପାନୀ ମାଲିକ ଶୋଲଡେନ ଶ୍ଟେନ କହିଛନ୍ତି, ଏହା ଏକ ଐତିହାସିକ ପଦକ୍ଷେପ । ନୂଆ ବିଲଡିଂ ତିଆରି ହେବା ପରେ ପୁରୁଣା ବିଲଡିଂକୁ ଅନ୍ୟ ସ୍ଥାନକୁ ଶିଫ୍ଟ କରାଯିବାର ଯୋଜନା ରହିଛି । ଏପରି ଟେକ୍ନୋଲଜି ଦ୍ୱାରା ଐତିହାସିକ କାରୁକାର୍ଯ୍ୟକୁ ସଂରକ୍ଷିତ ରଖିବା ସହ ପୁର୍ନସ୍ଥାପିତ ମଧ୍ୟ କରାଯାଇପାରିବ।