BIGG-BOSSରେ ଗର୍ଭବତୀ ହେଲେ ୩୮ ବର୍ଷୀୟ ଅଭିନେତ୍ରୀ ଅଙ୍କିତା
ସଲମାନ ଖାନଙ୍କ ବିଗ୍ ବସ୍ ସିଜିନ ୧୭ର ଘରେ ଅଙ୍କିତା ଲୋଖଣ୍ଡେ ଏବଂ ସ୍ବାମୀ ଭିକି ଜୈନଙ୍କ ମଧ୍ୟରେ ଝଗଡା ଚାଲିଛି। ଦୁହେଁ ପରସ୍ପରକୁ ଦୁର୍ବ୍ୟବହାର କରିବାକୁ ପଛାଉ ନାହାନ୍ତି।ଏହାରି ଭିତରେ ନଜର ଆସିଛି ଚମକାଇ ଦେବା ଭଳି କଥା ।
କୁହାଯାଉଛି କି, ମାଆ ହେବାକୁ ଯାଉଛନ୍ତି ଅଙ୍କିତା ଲୋଖଣ୍ଡେ । କେହି କେହି କହୁଛନ୍ତି ଯେ, ଯାହା ଘରେ ହୋଇପାରିନଥିଲା ତାହା ବିଗ୍ ବସ୍ ହାଉସ୍ରେ ହେବାକୁ ଯାଉଛି । ଅଙ୍କିତା ଲୋକାଣ୍ଡେ ଗର୍ଭବତୀ ହେବା ନେଇ ଶୁଣିବା ପରେ ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି ପାଇଛି।ଅଙ୍କିତା କହିଥିଲେ ଯାହା ବନ୍ଦ ଘରେ ହୋଇନଥିଲା ତାହା ଏହି କ୍ୟାମେରା ସାମ୍ନାରେ କେମିତି ହବ । ଯଦିଓ ଏହି ସବୁ କଥା ମଜାକ୍ ମଜାକ୍ରେ ହୋଇଥିଲା । ତଥାପି ଫ୍ୟାନ୍ସଙ୍କ ମନରେ ସୃଷ୍ଟି କରିଛି ଅନେକ ପ୍ରଶ୍ନ ।