Bollywood ସୁପରଷ୍ଟାର ଶାହାରୁଖ ଖାନ ଓ ଅଭିନେତ୍ରୀ କାଟ୍ରିନା କୈଫ କରୋନା ଆକ୍ରାନ୍ତ ।

ବଲିଉଡରେ ମଧ୍ୟ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କିଛି ଦିନ ତଳେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ କାର୍ତ୍ତିକ ଆର୍ଯ୍ୟନ କରୋନା ପଜିଟିଭ୍ ହୋଇଥିଲେ ।

ତେବେ ଆଜି ସୁପରଷ୍ଟାର ଶାହାରୁଖ ଖାନ ଓ ଅଭିନେତ୍ରୀ କାଟ୍ରିନା କୈଫ ସଂକ୍ରମିତ ହୋଇଛନ୍ତି । କୋଭିଡରେ ଆକ୍ରାନ୍ତ ହେବା ପରେ ଶାହାରୁଖ ସଂଗରୋଧରେ ରହିଛନ୍ତି ।

ସେହିପରି ଦ୍ୱିତୀୟ ଥର ପାଇଁ କାଟ୍ରିନାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । କରୋନାରେ ଆକ୍ରାନ୍ତ ହେବା ପରେ ସେ ଏବେ ସଙ୍ଗରୋଧରେ ରହିଛନ୍ତି ।