E-Shram Card: ଯୋଗୀ ସରକାର୍ ହିତାଧିକାରୀଙ୍କ ଆକାଉଣ୍ଟକୁ ଦେଲେ ୧୦୦୦ ଟଙ୍କା ଆଉ ନବୀନ ସରକାର କେବେ ଦେବେ??

କେନ୍ଦ୍ର ସହ ରାଜ୍ୟ ସରକାର ଏହିପରି ଗରୀବ କଲ୍ୟାଣ ଯୋଜନା ଲାଗୁ କରିଥାନ୍ତି । ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଇ-ଶ୍ରମ ପୋର୍ଟାଲର ଶୁଭାରମ୍ଭ କରିଥିଲେ। କିନ୍ତୁ ଗତ ନିର୍ବାଚନରେ ଯୋଗୀ ସରକାର ଇ-ଶ୍ରମ ପୋର୍ଟାଲ ଅଧିନରେ ଶ୍ରମିକଙ୍କୁ ୫୦୦ ଟଙ୍କା ଦେବା ନେଇ ଘୋଷଣା କରିଥିଲେ। ସରକାରଙ୍କ ଏହି ସ୍କିମ ଅଧିନରେ ୧୦୦୦ଟଙ୍କାର ରାଶି ପ୍ରାୟ ୨ କୋଟି ଶ୍ରମିକଙ୍କ ଆକାଉଣ୍ଟକୁ ଆସିଥିଲା।

ଇ-ଶ୍ରମ ପୋର୍ଟଲରେ ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାୟ ୨୨ କୋଟିରୁ ଅଧିକ ଶ୍ରମିକ ପଞ୍ଜିକରଣ କରିଛନ୍ତି। ଉତ୍ତର ପ୍ରଦେଶରେ କେବଳ ୮ କୋଟି ଶ୍ରମିକ ଇ-ଶ୍ରମ ପୋର୍ଟରେ ପଞ୍ଜିକରଣ କରିଛନ୍ତି । ୟୁପିର ଯୋଗୀ ସରକାର ନିର୍ବାଚନ ପୂର୍ବରୁ ଶ୍ରମିକଙ୍କ ଆକାଉଣ୍ଟକୁ ୧୦୦୦ ଟଙ୍କାର କିସ୍ତି ଟ୍ରାନ୍ସଫର କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଏହି ପୋର୍ଟାଲରେ ପଞ୍ଜିକରଣ କରିଥିବା ଶ୍ରମିକଙ୍କୁ ୨ ହଜାର ଟଙ୍କାର ଭତ୍ତା ପ୍ରଦାନ କରାଯିବା ନେଇ ୟୁପି ସରକାର ଘୋଷଣା କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା କେବଳ ୧୦୦୦ ଟଙ୍କା ଟ୍ରାନ୍ସଫର କରାଯାଇଛି । ୟୁପି ସରକାର ଶୀଘ୍ର ବଳକା ୧୦୦୦ ଟଙ୍କା ହିତାଧିକାରୀଙ୍କୁ ଟ୍ରାନ୍ସଫର କରିବେ । ତେବେ ପ୍ରଶ୍ନ ଉଠେ ଆମ ରାଜ୍ଯ ଓଡ଼ିଶା ରେ ବି ବହୁତ୍ ଶ୍ରମିକ ଏହି ଶ୍ରମ କାର୍ଡ ନିମନ୍ତେ ପଞ୍ଜିକରଣ କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ ଓଡ଼ିଶା ସରକାର ସେଭଳି କିଛି ପଦ କ୍ଷପ ନେ଼ଇ ନାହାନ୍ତି। ତେଣୁ ଏଥି ପ୍ରତି କେନ୍ଦ୍ର ସରକାର ସହିତ ଯୋଗାଯୋଗ ସ୍ଥାପନ କରି କିଛି ନିର୍ଣ୍ଣୟ ନିଅନ୍ତୁ।