ହାତରେ ବନ୍ଧୁକ, ବିବାହ ମଣ୍ଡପରେ କନ୍ୟାର ଦବଙ୍ଗ ଷ୍ଟାଇଲ୍

ସୋସିଆଲ ମିଡିଆରେ ଭାଇରଲ ଭିଡିଓ ଗୁଡିକ ଦେଖିବାକୁ ଗଲେ, କେଉଁଠି ବାହାଘରରେ କନ୍ୟା ନିଜେ ବୁଲେଟ ଧରି ବିବାହ ମଣ୍ଡପରେ ଏଣ୍ଟ୍ରି କରୁଛି ତ ଆଉ କେଉଁଠି ଦବଙ୍ଗ ଅନ୍ଦାଜ଼ରେ ବରଯାତ୍ରୀ ଶୋଭାଯାତ୍ରାରେ ଡ୍ୟାନ୍ସ କରୁଥିବାର ନଜର ଆସୁଛି | କେଉଁଠି କନ୍ୟା ବର ଘରକୁ ବିବାହ କରିବା ପାଇଁ ଯାଉଛି। ତେବେ ସେହିଭଳି ସୋସିଆଲ ମିଡ଼ିଆରେ ଆଉ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯେଉଁ ଭିଡିଓରେ କନ୍ୟାର କାର୍ଯ୍ୟ ଦେଖି ବର ଏବଂ ବରଯାତ୍ରୀଙ୍କ ଭଳି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ |

କନ୍ୟାର ଏଭଳି ବ୍ୟବହାର ଦେଖି ବରପକ୍ଷ ଏବଂ ବିବାହକୁ ଆସିଥିବା ଅତିଥିମାନେ ମଧ୍ୟ ବହୁତ ଚକିତ ଓ ଭୟ ଭିତ ହୋଇଯାଇଥିଲେ | ବିବାହ ପୂର୍ବରୁ କନ୍ୟା ବନ୍ଧୁକ ଉଠାଇ ପବନରେ ଗୁଳି ଚଳାଇ ଲୋକଙ୍କୁ ଏକଦମ ଚକିତ କରିଦେଇଥିଲା। ଉଭୟ ବର ଓ କନ୍ୟା ଏହାର ଫଟୋ ଓ ଭିଡିଓ କୁ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ ସେ କିଛି ଅଲଗା ପ୍ରକାର କରିବାର ଯୋଜନା କରିଥଲେ।