୨୨ରୁ ୨୪ ଯାଏଁ ହେବାକୁ ଥିବା ଯୁକ୍ତ-୩ ପରୀକ୍ଷା ସ୍ଥଗିତ

ଆସନ୍ତା ୨୨ରୁ ୨୪ ଯାଏଁ ହେବାକୁ ଥିବା ଯୁକ୍ତ-୩ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଯେହେତୁ ପୌର ନିର୍ବାଚନ ଆଗକୁ ଅଛି।

ରାଜ୍ୟ ନିର୍ବାଚନ କମିଶନ ଜାରି କରିଥିବା ଏକ ନୋଟିସରେ ଉଲ୍ଲେଖ କରିଛନ୍ତି ଯେ, ସହରାଞ୍ଚଳରେ ପୌର ନିର୍ବାଚନ ୨୨ରୁ ୨୪ ତାରିଖ ମଧ୍ୟରେ ହେବ। ଯାହା ଫଳରେ ସହରାଞ୍ଚଳର କଲେଜ ଗୁଡ଼ିକରେ ବୁଥ୍ ହେବ, ସେଥିପାଇଁ ଏସବୁ କଲେଜରେ ପରୀକ୍ଷା ଆୟୋଜନ ସମ୍ଭବ ହେବ ନାହିଁ। ତେଣୁ ଏହି ସମୟରେ ପରୀକ୍ଷା ପାଇଁ ବାହାରିଥିବା ପରୀକ୍ଷା ସୂଚୀ ଉପରେ ଆପତ୍ତି ଦର୍ଶାଇଛନ୍ତି ନିର୍ବାଚନ କମିଶନ। ଏହି ସମୟ ମଧ୍ୟରେ ପରୀକ୍ଷା ସ୍ଥଗିତ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।