SBI ଏବେ ଗ୍ରାହକଙ୍କ ପାଇଁ ହ୍ୱାଟସଆପ୍ ବ୍ୟାଙ୍କିଙ୍ଗ୍ ସୁବିଧା ଆରମ୍ଭ କରିଛି।
ଏସବିଆଇ ଏବେ ଗ୍ରାହକଙ୍କ ପାଇଁ ହ୍ୱାଟସଆପ୍ ବ୍ୟାଙ୍କିଙ୍ଗ୍ ସୁବିଧା ଆରମ୍ଭ କରିଛି। ଏସବିଆଇ ଗ୍ରାହକମାନଙ୍କୁ ହ୍ୱାଟସଆପ୍ରେ ଏହିସବୁ ସମସ୍ତ ସୁବିଧା ଯୋଗାଇଦେଉଛି।
ଏବେ ଆପଣ ଏସବିଆଇ ହ୍ୱାଟସଆପ ବ୍ୟାଙ୍କିଙ୍ଗ ସର୍ଭିସ ଦ୍ୱାରା ମିନି ଷ୍ଟେଟମେଣ୍ଟ ପାଇପାରିବେ ଏବଂ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଜାଣିପାରିବେ।
SBI ବ୍ୟାଙ୍କରେ ଖାତା ଖୋଲିଥିବା ବ୍ୟକ୍ତିମାନେ ୟୋନୋ ଆପ୍ରେ ଲଗ ଇନ୍ ନକରି ବା ଏଟିଏମକୁ ନଯାଇ ମଧ୍ୟ ହ୍ୱାଟସଆପ୍ରେ ମଧ୍ୟ ଏହାର ସୂଚନା ପାଇପାରିବେ। ସେଥିପାଇଁ ଯଦି ଆପଣଙ୍କର ମଧ୍ୟ ଏସବିଆଇରେ ଖାତା ରହିଛି ଓ ଆପଣ ନୂଆ ଏସବିଆଇ ହ୍ୱାଟସଆପ ବ୍ୟାଙ୍କିଙ୍ଗ ସୁବିଧାର ଉପଯୋଗ କରିବା ପାଇଁ ଚାହୁଁଛନ୍ତି, ତାହେଲେ ହ୍ୱାଟସଆପ୍ ସେବା ପାଇଁ ଆପଣଙ୍କ ଆକଉଣ୍ଟକୁ ରେଜିଷ୍ଟର କରିବା ପାଇଁ ପଡ଼ିବ। ଏହା ପୂର୍ବରୁ ଏକ ଏସଏମଏସ ମାଧ୍ୟମରେ ଆପଣଙ୍କୁ ପରମିଶନ୍ ଦେବାକୁ ପଡ଼ିବ।
ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏସବିଆଇ ହ୍ୱାଟସଆପ୍ ବ୍ୟାଙ୍କିଙ୍ଗ ସର୍ଭିସ୍ ସହିତ ରେଜିଷ୍ଟର କରିବା ପାଇଁ ‘SMS WARGE A/C No) ଲେଖି (917208933148) ନିଜ ରେଜିଷ୍ଟେଡ୍ ମୋବାଇଲ୍ ନମ୍ୱରରୁ ପଠାନ୍ତୁ।
ପଞ୍ଜିକରଣ ସମ୍ପୂର୍ଣ୍ଣ ହେବା ପରେ ଆପଣ ଏସବିଆଇର ନୂଆ ହ୍ୱାଟସଆପ ସେବା ବ୍ୟବହାର କରିପାରିବେ।
ହ୍ୱାଟସଆପ୍ରେ (+90 9022690226) ନମ୍ୱରରେ ହାଏ(hi) ଲେଖନ୍ତୁ। ଏଥିରେ ପପ୍ ଅପ୍ ମ୍ୟାସେଜ୍ ଖୋଲିବ।
ଏବେ ଆପଣଙ୍କ ଆକାଉଣ୍ଟ ବାଲାନ୍ସ, ମିନି ଷ୍ଟେଟ୍ମେଣ୍ଟ ପାଇଁ De-Register Whatsapp Bankingର ଅପ୍ସନ ଆସିବ।
ଆକାଉଣ୍ଟ ବାଲାନ୍ସ ଚେକ୍ କରିବା ପାଇଁ ଏବେ ଆପଣଙ୍କୁ 1 ଟାଇପ୍ କରିବାକୁ ପଡ଼ିବ ଓ ମିନି ଷ୍ଟେଟମେଣ୍ଟ ପାଇଁ 2 ଟାଇପ୍ କରିବା ପାଇଁପଡ଼ିବ। ଏହାପରେ ଆପଣ ଆପଣଙ୍କ ଆକାଉଣ୍ଟ ବାଲାନ୍ସ ଓ ମିନି ଷ୍ଟେଟ୍ମେଣ୍ଟ ଦେଖିପାରିବେ।