ଜଳ ସୁରକ୍ଷା ଭବିଷ୍ୟତ ରକ୍ଷା କାଯ୍ୟକ୍ରମ
ଭାରତ ସରକାର 1985 ମସିହାରୁ ପ୍ରୟାସ ଆରମ୍ଭ କଲେଣି ଜଳ ସୁରକ୍ଷା କରିବାକୁ ଯାହାକି ଆଜି 2022 ମସିହା ସୁଦ୍ଧା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ.ଏହାର ମୁଖ୍ୟ କାରଣ, ପ୍ରଗତି ପଛରେ ଗୋଡ଼ଉଥିବା ଆଜିର ଶିଳ୍ପ, ଲୋକ ମାନଙ୍କ ମନରେ ଥିବା ଅନ୍ଧବିଶ୍ୱାସ ଏବଂ ସଚେତନତା ର ଅଭାବ. ଜଳ ନାହିଁ ତ କିଛି ନାହିଁ ନା ଜୀବଜନ୍ତୁ, ନା ବୃକ୍ଷ ନା ଏ ମାନବ ସମାଜ.
ଏବେବି ସମୟ ଅଛି, ଯଦି ସଚେତନ ନ ହେବା, ତାହେଲେ ସମୟ ଆସିବ ଏ ପୃଥିବୀ ଥିବ ହେଲେ ସବୁଆଡେ କେବଳ ମରୁଭୂମି ହିଁ ମରୁଭୂମି.ସରକାର ଯେତେ ଚେଷ୍ଟା କଲେ ଜଳ ସୁରକ୍ଷା ପାଇଁ ଯେତେ ଟଙ୍କା ଖର୍ଚ୍ଚ କଲେ ମଧ୍ୟ ଆଜି ପଯ୍ୟନ୍ତ ଏହା ସଫଳ ହୋଇପାରିନାହିଁ କି ଆଗକୁ ହୋଇପାରିବ ନାହିଁ.

ଓଡିଶା ସରକାର ଙ୍କ ଜଳ ସୁରକ୍ଷା ନୀତି କଥା ତ କହିଲେ ନ ସରେ.ସରକାର ଙ୍କୁ ବିନମ୍ର ଅନୁରୋଧ, ଜଳ ପ୍ରଦ୍ୟୁଷଣ, ଜଳ ସୁରକ୍ଷା, ଜଳ ସଂଚୟ ପ୍ରତି କଡା ନିୟମ କରିବା ସହିତ ଏହାକୁ ସଠିକ ଭାବରେ ପରିଚାଳନା କରିବାକୁ.
ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଆଜି ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀ ପଠା ରେ ଜଳ ପ୍ରଦ୍ୟୁଷଣ ରୋକିବା ପାଇଁ ଏକ ବୃହତ ସଚେତନତା ଏବଂ ସ୍ୱଛତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.