ଅସହାୟ ରୋଗୀଙ୍କୁ ପ୍ରତିଦିନ ମାଗଣାରେ ହସ୍ପିଟାଲରେ ପହଂଚାଇବା ସହ, କୋରାନ ମହାମାରୀ ସମୟରେ ନିଜର ସ୍ୱଳ୍ପ ଆୟରୁ ଲୋକଙ୍କୁ ସାହାଯ୍ୟ କରନ୍ତି ଗଗନ ପାତ୍ର।

ବ୍ରହ୍ମପୁର ସହରର ଗରୀବ ଅସହାୟ ରୋଗୀଙ୍କ ଦରଦି ବନ୍ଧୁ, ଜଣେ ନିସ୍ଵାର୍ଥପର ସମାଜସେବୀ ତଥା ପେସାରେ ଅଟୋ ଚାଳକ ଗଗନ ପାତ୍ର ଜଣେ ପରିଚିତ ବ୍ୟକ୍ତି l ଅସହାୟ ରୋଗୀଙ୍କୁ ପ୍ରତିଦିନ ମାଗଣାରେ ହସ୍ପିଟାଲରେ ପହଂଚାଇବା ସହ, କୋରାନ ମହାମାରୀ ସମୟରେ ନିଜର ସ୍ୱଳ୍ପ ଆୟରୁ ଲୋକଙ୍କୁ ସାହାଯ୍ୟ କରିବା,ଗ୍ରୀଷ୍ମ ପ୍ରବାହରେ ବାଟୋଇଙ୍କୁ ଶୀତଳ ଜଳ ବଣ୍ଟନ କରି ଲୋକଙ୍କ ପ୍ରିୟ ଭାଜନ ହୋଇଥିଲା ବେଳେ ଅନ୍ୟ ସାଥୀ ଅଟୋ ଚାଳକଙ୍କୁ ଏହି ଜନ ସହାୟକ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇଛନ୍ତି l ତାଙ୍କରି ସେବମୂଳକ କାର୍ଯ୍ୟକୁ ବିଭିନ୍ନ ଅନୁଷ୍ଠାନ ପ୍ରଶଂସା କରି ମାନପତ୍ର ପ୍ରଦାନ କରିଛନ୍ତି l

ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର ଏବଂ ଭ୍ରଷ୍ଟାଚାର ମୁକ୍ତ ଶାସନ ବ୍ୟବସ୍ଥାକୁ ଭଲ ଭାବରେ ବୁଝି ଆମ୍ ଆଦମୀ ପାର୍ଟିର ଗଞ୍ଜାମ ଜିଲ୍ଲା ନେତୃତ୍ୱଙ୍କ ଉପସ୍ଥିତିରେ ପାର୍ଟିର ସଦସ୍ୟତା ଗ୍ରହଣ କରିଥିଲେ l ଆଗାମୀ ଦିନରେ ଆପ୍ ତରଫରୁ ଅଟୋ ଚାଳକ ଭାଇମାନଙ୍କ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରି ଲୋକଙ୍କ ନିକଟତର ହେବାକୁ ନିଷ୍ପତ୍ତି ନେଇଛନ୍ତି l

ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ସୁବାଷ ରାଉତ, ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ଉପ ସଭାପତି ସୁଧୀର ପ୍ରଧାନ,ମହାନଗର ସଭାପତି ସି. ହରପ୍ରସାଦ ପ୍ରମୁଖ ଗଗନ ପାତ୍ରଙ୍କୁ ପାର୍ଟି କୁ ସ୍ୱାଗତ କରିବା ସହ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି l