ଆଲୋକର ପର୍ବ ଦୀପାବଳିକୁ ନେଇ ସଜାଗ ହେଉଛି ନବଜୀବନ ଯୁବ ଅନୁଷ୍ଠାନ l
ଥୁଆମୂଳ ରାମପୁର,୦୫/୧୦-(ଦୁର୍ଗା କୀର୍ତ୍ତି)- ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବ ଜୀବନ ଯୁବ ଅନୁଷ୍ଠାନ ମହା ଆଡ଼ମ୍ବରରେ ଆସନ୍ତା ଅକ୍ଟୋବର ୨୦.୨୧.୨୨ ତିନି ଦିନ ଧରି ପାଳନ କରିବାକୁ ଯାଉଛି ଅଲୋକର ପର୍ବ ଦୀପାବଳି l ଏହି ଅବସରରେ ଦୀପାବଳି ପୂଜା କମିଟି ସଭାପତି ମାଣିକ୍ୟ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବାବା ଖାନ୍ଦୁଆଳ ଖେଳ ପଡିଆ ଠାରେ ରବିବାର ସକାଳ ୮ଘଣ୍ଟା ସମୟରେ ଏକ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l

ଏହି ବୈଠକରେ ଆଗାମୀ ଦୀପାବଳି ବା ମାଁ ମହାକାଳୀ ଦେବୀ ଓ ବାବା ଭୈରବ ଦେବଙ୍କ ଝାମୁଯାତ୍ରା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କେମିତି କରାଯିବ ସେ ନେଇ ଆଲୋଚନା କରାଯାଇଥିବା ବେଳେ ୩ବର୍ଷ ଧରି ରଦ୍ଧ ହୋଇ ଥିବା ନବ ଜୀବନ ଯୁବ ଅନୁଷ୍ଠାନକୁ ପୁନର୍ବାର କାର୍ଯ୍ୟକାରୀ କରି ପୁରୁଣା କର୍ମକର୍ତ୍ତାଙ୍କ ବଦଳରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ତତ୍ ସହ ଚଳିତବର୍ଷ ଅନ୍ୟ ସ୍ଥାନ ଅପେକ୍ଷା ଏହି ଅନୁଷ୍ଠାନ ମାଧ୍ୟମରେ କେମିତି କିଛି ନୂଆ ଭାବରେ ଉତ୍ସବ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା l ଏହି ବୈଠକରେ ପଶ୍ଚିମ ଓଡ଼ିଶା ତଥା ସମଗ୍ର ଓଡ଼ିଶାର ଜଣା ଶୁଣା ଲୋକ ପ୍ରିୟ ଗାୟକ ଉମା କାନ୍ତ ବାରିକ୍ ଓ ତାଙ୍କ ଟିମ କୁ ଦୀପାବଳି ଉତ୍ସବ କମିଟି ତଥା ନବଜୀବନ ଯୁବ ଅନୁଷ୍ଠାନ ପକ୍ଷରୁ (ମେଲୋଡି) ପାଇଁ ଆଣିବାକୁ ସ୍ତିର କରାଯାଇ ନବ ଜୀବନ ଯୁବ ଅନୁଷ୍ଠାନ ର ନୂତନ ସଭାପତି ଭାବରେ ସୁବାସ ଚନ୍ଦ୍ର ନାଏକଙ୍କୁ ସର୍ବ ସହମତି କ୍ରମେ ଦାୟିତ୍ଵ ଦିଆଯାଇଥିବା ବେଳେ ଉପ ସଭାପତି ଭାବରେ ଜ୍ୟୋତିଷ କୁମାର ବେଣୁପାଣି, ସମ୍ପାଦକ ଭାବରେ ମନୋରଞ୍ଜନ ନାଏକ, ସହ ସମ୍ପାଦକ ଭାବରେ ଗୋମୟ ରଞ୍ଜନ ନାଏକ, କୋଷାଧ୍ୟକ୍ଷ ଭାବରେ ବାବୁଲ ଧଙ୍ଗଡା ମାଝୀଙ୍କୁ ଅନୁଷ୍ଠାନର ଏହି ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ଵ ଭାର ଦିଆଯାଇଥିବା ବେଳେ ଅନୁଷ୍ଠାନର ସଂଯୋଜକ ଭାବରେ କିରଣ କୁମାର୍ ଧଙ୍ଗଡା ମାଝୀ, ବରୁଣ କୁମାର୍ ବାଗ, ଧର୍ମେନ୍ଦ୍ର ନାଏକଙ୍କୁ ସର୍ବ ସହମତି କ୍ରମେ ଅନୁଷ୍ଠାନ ଭାଗ୍ୟ ପରିବର୍ତ୍ତନ କରିବା ପାଇଁ ଦାୟିତ୍ୱ ଦିଆଯାଇ ସମସ୍ତଙ୍କୁ ଉପସ୍ଥିତ ସମସ୍ତ ବୟେଜେଷ୍ଠାଙ୍କ ଉପସ୍ଥିତିରେ ଶପଥ ପାଠ କରାଯାଇଥିଲା l ଏଥିରେ ଥୁଆମୂଳ ରାମପୁର ସ୍ଥିତ ତଲବନ୍ଧପଡ଼ା, ଜଗନ୍ନାଥ ପଡା , ଶାନ୍ତି ନଗର ପଡା ସମେତ ସମାଗୁଡ଼ା ର ଅନେକ ବୁଦ୍ଧିଜୀବି, ଯୁବ ଗୋଷ୍ଠୀ, କର୍ମକର୍ତ୍ତା ଯୋଗଦେଇଥିଲେ l