ରାଜ୍ୟ ସ୍ତରରେ ଦଶମ ଶ୍ରେଣୀରେ ଭଲ ନମ୍ବର ରଖି ମାନ୍ଯବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପୁରସ୍କୃତ ହେଲେ ଥୁଆମୂଳ ରାମପୁର ବ୍ଲକ୍ ର ଝିଅ ଦଶ୍ମିତା ନାଏକ l

ଥୁଆମୂଳ ରାମପୁର:୦୧।୨(ଦୁର୍ଗା କୀର୍ତ୍ତି):- ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବୁଧବାର ଆୟୋଜିତ ଚଳିତ ବର୍ଷର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର କଳାହାଣ୍ଡି ଜିଲା ଶିକ୍ଷା କ୍ଷେତ୍ରରେ ୯୯ ଟି ପୁରସ୍କାର ପାଇଁ ରେକର୍ଡ କରିଛି। ଯାହାକୁ ନେଇଁ ଜିଲାର ବୁଦ୍ଧିଜିବୀ, ଶିକ୍ଷାବିତ ଓ ଛାତ୍ର ଛାତ୍ରୀ ଛାତ୍ରଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏଥିରେ ରାଜ୍ୟରେ ସର୍ବଶ୍ରେଷ୍ଠ ଜିଲା ଶିକ୍ଷାଧିକାରୀ (ଡିଇଓ) ଭାବେ କଳାହାଣ୍ଡି ଜିଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାର ମନୋନୀତ ହୋଇଥିବା ବେଳେ ସର୍ବଶ୍ରେଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ୧୦ ଜଣଙ୍କ ମଧ୍ୟରୁ ନର୍ଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ ପୁରସ୍କୃତ ହୋଇଛନ୍ତି। ସେହିପରି ଶ୍ରେଷ୍ଠ ବ୍ଲକ ଭାବେ ୧୦ଟି ବ୍ଲକ ମଧ୍ୟରୁ କେସିଙ୍ଗା ବ୍ଲକ ରାଜ୍ୟ ସ୍ତରରେ ମନୋନୀତ ହୋଇଛି।ରାଜ୍ୟର ୫୮ଟି ସି.ଆର.ସି.ସି ପୁରସ୍କାର ମଧ୍ୟରୁ କଳାହାଣ୍ଡି ଜିଲାରୁ ୨ ଜଣ ସି.ଆର.ସି.ସି ରାଜ୍ୟ ପୁରସ୍କାର ପାଇଛନ୍ତି। ସେମାନେ ହେଲେ ଗୋଲାମୁଣ୍ଡା ବ୍ଲକର ସି.ଆର.ସି.ସି ଅଜିତ ପଧାନ ଓ ଭବାନୀପାଟଣାର ମିନତୀ କୁମାରୀ ପ୍ରଧାନ। ସେହିପରି କଳାହାଣ୍ଡିରୁ ୮ଟି ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

ଏଥିରେ ଜିଲାର ଗୋଲାମୁଣ୍ଡା ବ୍ଲକ ପୁଟିଆଚୁରା ଉପ୍ରା ବିଦ୍ୟାଳୟ, ଧର୍ମଗଡ଼ ବ୍ଲକ ବଗାଡ ଉପ୍ରା ବିଦ୍ୟାଳୟ, ଏମ୍ ରାମପୁର ବ୍ଲକ ଡୁମେରଗୁଡା ଉପ୍ରା ବିଦ୍ୟାଳୟ, କର୍ଲାମୁଣ୍ଡା ବ୍ଲକ ସୁରଜୁଲି ଉପ୍ରା ବିଦ୍ୟାଳୟ, ଜୁନାଗଡ଼ ବ୍ଲକ ହିଞ୍ଜିଳିବାହିଲି ଉପ୍ରା ବିଦ୍ୟାଳୟ, ଭବାନୀପାଟଣା ବ୍ଲକ ଗୁଡ଼ିଆଲିପଦର ଉପ୍ରା ବିଦ୍ୟାଳୟ, କଲମପୁର ବ୍ଲକ ବଙ୍କାପଲା ଉପ୍ରା ବିଦ୍ୟାଳୟ ଓ ଲାଞ୍ଜିଗଡ ବ୍ଲକର କନର୍ଲା ପ୍ରାଥମିକ ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ୫ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି। ସେହିପରି ରାଜ୍ୟ ସ୍ତରରେ କଳାହାଣ୍ଡି ଜିଲାର ଭଟାଙ୍ଗପଦର ପଞ୍ଚାୟତକୁ ଶ୍ରେଷ୍ଠ ପଞ୍ଚାୟତ ରୂପେ ଘୋଷାଣ କରାଯାଇଛି।

ଠିକ ସେହି ଭଳି ରାଜ୍ୟ ସ୍ତରରେ ଉଚ୍ଚ ବିଦ୍ୟାଳୟରୁ ପାଞ୍ଚ ଜଣ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି। ସେମାନଙ୍କ ମଧ୍ୟରେ ସନ୍ତୋଷ କର (ବିଜ୍ଞାନ), ବିରେନ୍ଦ୍ର ଆଚାର୍ଯ୍ୟ (ଗଣିତ), ରାଜୁ କୁମାର ସାହୁ (ହିନ୍ଦୀ), ବିନୋଦ କୁମାର ଭଦ୍ରା (ସାମାଜିକ ବିଜ୍ଞାନ) ଓ ଯୁଧିଷ୍ଠିର ମୁଦୁଲି (ଇଂରାଜୀ)। ଏହାବ୍ୟତୀତ ଜିଲା ସ୍ତରୀୟ କୃତି ଶିକ୍ଷକରେ ଜୁନାଗଡ଼ ବ୍ଲକ ଚିଚୈଗୁଡା ନୋଡାଲ ହାଇସ୍କୁଲ ର ଶକ୍ତି ପ୍ରସାଦ ମେହେର,ମଥୁରା ରାଧାକୃଷ୍ଣ ହାଇସ୍କୁଲର ଶିକ୍ଷକ ଅନନ୍ତ ଥାଟି,କଲମପୁର ବ୍ଳକ ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲର ଅନୀଲ ମାଝୀ,ଧର୍ମଗଡ଼ ବ୍ଳକ ପର୍ଲା ହାଇସ୍କୁଲର ନବ କୁମାର ସୁନାରୀ,କଲମପୁର ବ୍ଲକ ମଣ୍ଡଳ ହାଇସ୍କୁଲ ର ବିରେନ୍ଦ୍ର ଚୌହାନ,ଭବାନୀପାଟଣା ମାଣିକେଶ୍ଵରୀ ହାଇସ୍କୁଲର ଗୀତାଞ୍ଜଳୀ ତ୍ରିପାଠୀ ପ୍ରମୁଖଙ୍କ ସହ ଜିଲାର କୃତୀ ଛାତ୍ରୀ ଛାତ୍ରଙ୍କୁ ମିଶାଇ ୯୯ଟି ପୁରସ୍କାର କଳାହାଣ୍ଡି ଜିଲାକୁ ମିଲିଛି।

ସେଥି ମଧ୍ୟରୁ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକ ନିକଟସ୍ଥ ପୋଖରା ଗ୍ରାମର ଶ୍ରୀରାମ ନାଏକଙ୍କ ଝିଅ ଦଶ୍ମିତା ନାଏକ ଓଡିଶାରେ ଦଶମ ଶ୍ରେଣୀ ରେ ଭଲ ନମ୍ବର ରଖିଥିବାରୁ ମାନ୍ଯବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ପୁରସ୍କୃତ ହେବା ସହିତ ନଗଦ ଟ ୫୦.୦୦୦ ଙ୍କା ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରାପ୍ତ କରି ଗ୍ରାମ, ଅଞ୍ଚଳ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଭଲ ପାଠପଢି ସେ ସମ୍ମାନିତ ହୋଇଛନ୍ତି। ଅଞ୍ଚଳର ଅନ୍ଯାନ୍ଯ ପୁଅଝିଅ ଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତେବେ ଏହାକୁ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ତେଣୁ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ଯେ ଏହି ଆଦିବାସୀ ଅଞ୍ଚଳର ଝିଅ ଟିଏ ନାଁ ଅର୍ଜନ କରିଛନ୍ତି। ମାଁ ମାଣିକେଶ୍ବରୀ ତାଙ୍କୁ ଖୁସିରେ ରଖନ୍ତୁ ଆଗକୁ ବଢ଼ିବାରେ ମାଁ ସରସ୍ୱତୀ ଦଶ୍ମିତା ନାଏକଙ୍କୁ ସହାୟ ହୁଅନ୍ତୁ ବୋଲି ଅନେକ ବୁଦ୍ଧିଜୀବୀ ସାଧୁବାଦ୍ ଜଣାଇଛନ୍ତି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ସମ୍ମାନୀତ ଅତିଥି ଭାବେ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି,୫ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଭାଗୀୟ ଶାସନ ସଚିବ ଅଶ୍ୱଥୀ ଏସ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।